Skip to player
Skip to main content
Search
Connect
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
ଜାତୀୟ ରାଜପଥରେ ହୁତୁହୁତୁ ଜଳିଗଲା ଟ୍ରକ୍, ଅସମ୍ଭାଳ ଟ୍ରାଫିକ୍ ଜାମରେ ଲୋକେ ହନ୍ତସନ୍ତ
4 months ago
ଭୁବନେଶ୍ୱର: ୧୬ ନଂ- ଜାତୀୟ ରାଜପଥର ପଳାଶୁଣି ବ୍ରିଜ ନିକଟରେ ଏକ ଚଳନ୍ତା ଟ୍ରକ୍ ଆଜି (ବୁଧବାର) ଅପରାହ୍ନରେ ଜଳିଯାଇଛି । ଏହି ଅଗ୍ନିକାଣ୍ଡରେ ଟ୍ରକର ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତିଯାଇଛନ୍ତି । ଏଥିପାଇଁ ଜାତୀୟ ରାଜପଥରେ ଅସମ୍ଭାଳ ଭିଡ ସୃଷ୍ଟି ହୋଇଥିଲା । ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ପ୍ରାୟ ୩ ଘଣ୍ଟାରୁ ଊର୍ଦ୍ଧ୍ଵ ସମୟ ଧରି ଟ୍ରାଫିକ୍ ଜାମରେ ଫସିଥିଲେ ଲୋକେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ । ପ୍ରାଥମିକ ଅନୁସନ୍ଧାନରୁ ଅତ୍ୟଧିକ ଗରମ ଯୋଗୁଁ ଟ୍ରକରେସର୍ଟସର୍କିଟ ହୋଇ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି ।
ଟ୍ରକଟି ପାରାଦ୍ୱୀପରୁ ଆସୁଥିଲା । ତେବେ ଗାଡ଼ିରେ ଥିଲା ବିପୁଳ ସାବୁନ ଓ ରସାୟନିକ ସାମଗ୍ରୀ । ଟ୍ରକଟି ଗୁଜୁରାଟର ଅହମ୍ମଦାବାଦ ଯାଇଥାନ୍ତା ବୋଲି ସୂଚନା ମିଳିଛି । କିଛି ସମୟ ପୂର୍ବରୁ ତେଲ ଟାଙ୍କି ଭର୍ତ୍ତି କରି ଆସୁଥିବା ବେଳେ ଅଘଟଣ ଘଟିଥିଲା । କଟକ ପଟୁ ଟ୍ରକ୍ ଆସୁଥିବା ବେଳେ ପଳାଶୁଣି ଗଙ୍ଗୁଆ ନାଳ ବ୍ରିଜ ନିକଟରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ଟ୍ରକର ତେଲ ଟାଙ୍କି ପାଇପ ଫାଟିଯାଇଥିଲା । ଫଳରେ ରାସ୍ତା ଉପରେ ତେଲ ମାଡିଯାଇଥିଲା। ଏଥିପାଇଁ ନିଆଁ ଅଧିକ ତୀବ୍ରତର ହୋଇଥିଲା। ଟ୍ରକ୍ ଜଳୁଥିବା ବେଳେ ରାସ୍ତା ଉପରେ ତେଲ ମଧ୍ୟ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲା। ନିଆଁ ଦେଖି ଡ୍ରାଇଭର ଓ ହେଲପର ବାହାରି ଆସିଥିଲେ ।
ଅନ୍ୟପକ୍ଷରେ ଏହି ଅଗ୍ନିକାଣ୍ଡ ପାଇଁ ଜାତୀୟ ରାଜପଥରେ ନାହିଁ ନ ଥିବା ଭିଡ ସୃଷ୍ଟି ହୋଇଥିଲା । ପ୍ରବଳ ଟ୍ରାଫିକ୍ ଜାମ୍ ପାଇଁ ଲୋକେ ସମସ୍ୟାରେ ପଡ଼ିଥିଲେ । ଦୁଇ ପାର୍ଶ୍ଵରେ ଶତାଧିକ ଗାଡି ଅଟକି ରହିଥିଲା । ବିକଳ୍ପ ରାସ୍ତାରେ ଯାତାୟାତ କରିବାକୁ ଟ୍ରାଫିକ୍ ଡିସିପିଙ୍କ ପକ୍ଷରୁ ଅପିଲ କରାଯାଇଥିଲା । ଟ୍ରାଫିକ୍ ପୋଲିସ ପକ୍ଷରୁ ବାଲିକୁଦା ଓ ପୁରୀ ବାଇପାସ ପାଖରେ ଗାଡିଗୁଡିକର ଗତି ପଥ ବଦଳାଯାଇଥିଲା । ସେପଟେ କ୍ରେନ ଜରିଆରେ ଟ୍ରକକୁ ନିଆଯିବା ପରେ ଗାଡି ଚଳାଚଳ ସ୍ଵଭାବିକ ହୋଇଥିଲା ।
ଇଟିଭି ଭାରତ, ଭୁବନେଶ୍ୱର
Category
🗞
News
Transcript
Display full video transcript
00:00
Thank you for listening.
Show less
Comments
Add your comment
Recommended
2:49
|
Up next
ଓଡ଼ିଆ ନବବର୍ଷ ପାଳନ, ଦର୍ଶକଙ୍କ ମନ ମୋହିଲା ମୁସଲମାନ ଯୁବକଙ୍କ ମହାଳି ନୃତ୍ୟ
ETVBHARAT
4 months ago
1:44
ବ୍ରହ୍ମପୁରରେ ସୋନମ ୱାଙ୍ଗଚୁକଙ୍କ ଆନ୍ଦୋଳନକୁ ସମର୍ଥନ: ଶାନ୍ତିପୂର୍ଣ୍ଣ ଧାରଣା ସହିତ ପ୍ରତିବାଦ
ETVBHARAT
3 weeks ago
1:32
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସତ୍ୟବାଦୀରୁ ପୁରୀ ଶ୍ରୀକ୍ଷେତ୍ର ଗଲା ବଉଳ କାଠ
ETVBHARAT
7 weeks ago
3:16
ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ, ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ ପୂଜା ହେଲା ସମ୍ପନ୍ନ
ETVBHARAT
3 months ago
2:22
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
ETVBHARAT
4 months ago
2:53
నిషేధిత భూములపై ఎవరూ ఆందోళన చెందొద్దు - అర్హులైన ప్రతి ఒక్కరికీ న్యాయం చేస్తాం : మంత్రి పొంగులేటి
ETVBHARAT
3 hours ago
2:39
ஆடி அமாவாசை: ராமேஸ்வரத்தில் ஆயிரக்கணக்கானோர் முன்னோர்களுக்கு தர்ப்பணம் கொடுத்து வழிபாடு
ETVBHARAT
3 hours ago
5:00
ସଂସଦରେ ନକ୍ସଲବାଦ ଚର୍ଚ୍ଚା: ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମି ସମସ୍ୟା କରାଯାଉ, ଦାବି ଉଠାଇଲେ କୋରାପୁଟ ସାଂସଦ
ETVBHARAT
5 months ago
0:52
ବିଶ୍ଵ ପଖାଳ ଦିବସ: ବାଲୁକା କଳାରେ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା
ETVBHARAT
5 months ago
2:30
ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ; ଟିମ୍ ଇଣ୍ଡିଆ ବିଜୟ ପାଇଁ ଜାଗର ବ୍ରତ ସହ ଦୀପ ଜାଳିଲେ ଫ୍ୟାନ୍ସ
ETVBHARAT
6 months ago
3:10
ପୁରୀ ସମୁଦ୍ରରେ ଦେଖିବାକୁ ମିଳିଲା ଡଲଫିନ; ସମୁଦ୍ର ଭିତରେ ଡଲଫିନ ଦେଖି ପର୍ଯ୍ୟଟକ ଉତ୍ସାହିତ
ETVBHARAT
6 months ago
2:55
Watch: ଜନମାନବ ଶୂନ୍ୟ ଦ୍ବୀପ 'ଉଡ଼ାବାଲି'ରେ ଉଡ଼ିଲା ତ୍ରିରଙ୍ଗା
ETVBHARAT
7 months ago
2:03
କଟପାଙ୍କ ନାଚରେ ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ
ETVBHARAT
7 months ago
3:54
ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ, ଉଦଘାତିଟ ହେଲା ଘୁମୁରା 2026
ETVBHARAT
7 months ago
3:37
ବାରବାଟୀ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ ନିକଟରେ ଜମିଲାଣି ଫ୍ୟାନ୍ସ ଙ୍କ ଭିଡ଼
ETVBHARAT
8 months ago
4:05
'ଖେଳରେ ବି କ୍ୟାରିୟର ଏବଂ ଅର୍ଥ ଉପାର୍ଜନ କରିହେବ'
ETVBHARAT
8 months ago
1:04
କେରଳର ପାହାଡ଼ରେ ମନଲୋଭା ସୌନ୍ଦର୍ଯ୍ୟ ପରିବେଶ ସୃଷ୍ଟି କରୁଛି 'ଆଫ୍ରିକାନ୍ ଟୁଲିପ୍'
ETVBHARAT
9 months ago
2:54
ହରିବୋଲ ହୁଳହୁଳିରେ ଗୁଞ୍ଜରିତ ହବିଷ୍ୟାଳି ଶିବିର, ରାଧା-କୃଷ୍ଣ ଜପରେ କଟୁଛି ଦିନ
ETVBHARAT
10 months ago
1:03
ସୁନା ବେଶରେ ଦର୍ଶନ ଦେଲେ ମା' କଟକ ଚଣ୍ଡୀ
ETVBHARAT
11 months ago
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
1 year ago
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
2 years ago
2:47
ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ କିଲୋର ରୂପା ଶଙ୍ଖ ଦାନ କଲେ ଭକ୍ତ
ETVBHARAT
2 years ago
1:44
ମହାପ୍ରଭୁଙ୍କୁ ଦର୍ଶନ କଲେ ଆକାଶ ଅମ୍ବାନୀ
ETVBHARAT
1 year ago
2:24
ଚିନ୍ତା ବଢ଼ାଇଛି ପ୍ରଦୂଷଣ, ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ଅନୁଗୋଳରୁ ସାଇକେଲ ଯାତ୍ରା
ETVBHARAT
2 years ago
2:47
କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ
ETVBHARAT
2 years ago
Comments