Skip to playerSkip to main content
  • 2 minutes ago
BAULA KATHA PURI JAGANNATH , ନିମାପଡ଼ା (ପୁରୀ): ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କଲା ପବିତ୍ର ବଉଳ କାଠ । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସୁରକ୍ଷା, ବାହୁଟ ସେବା ଏବଂ ସେନାପଟା ପ୍ରସ୍ତୁତି ପାଇଁ ସତ୍ୟବାଦୀରୁ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାତ୍ରା କରିଛି ବଉଳ କାଠ । ଏହି ଅବସରରେ ସାରା ସତ୍ୟବାଦୀ ଅଞ୍ଚଳ ହରିବୋଲ, ହୁଳହୁଳି, ଶଙ୍ଖଧ୍ୱନି ଏବଂ ନାମ ସଙ୍କୀର୍ତ୍ତନରେ କମ୍ପିଛି । ଭକ୍ତିମୟ ପରିବେଶ ମଧ୍ୟରେ ମହାପ୍ରଭୁଙ୍କ ଏହି ସେବା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅଦ୍ଭୁତ ଉତ୍ସାହ ଦେଖିବାକୁ ମିଳିଥିଲା ।  ପବିତ୍ର ନିର୍ଜଳା ଏକାଦଶୀ ତିଥି ଅବସରରେ ଭୋଇ ସେବାୟତମାନଙ୍କ ଦ୍ୱାରା ପୂର୍ବରୁ ଚିହ୍ନଟ ହୋଇଥିବା ବଉଳ ବୃକ୍ଷକୁ କଟାଯାଇଥିଲା । ଶ୍ରୀମନ୍ଦିର ପ୍ରଶାସନ, ଭୋଇ ସର୍ଦ୍ଦାର ଏବଂ ମହାରଣା ସେବାୟତମାନେ ମିଳିତ ଭାବେ ସତ୍ୟବାଦୀର ପୁରୋହିତପୁର ରାଉତ ସାହିରେ ଥିବା ଏହି ବୃକ୍ଷକୁ ପୂର୍ବରୁ ଚୟନ କରିଥିଲେ । ମହାପ୍ରଭୁଙ୍କ ଶ୍ରୀମନ୍ଦିରରୁ ଆଜ୍ଞାମାଳ ପ୍ରାପ୍ତି ହେବା ପରେ, ସମ୍ପୂର୍ଣ୍ଣ ବିଧିବିଧାନ ଓ ପୂଜାର୍ଚ୍ଚନା ପୂର୍ବକ ଏହି ବୃକ୍ଷ କଟା ଯାଇଥିଲା । ମହାପ୍ରଭୁଙ୍କ ଏହି ଗୁପ୍ତ ସେବା ପାଇଁ ବଉଳ କାଠର ବହୁତ ବଡ଼ ଗୁରୁତ୍ୱ ରହିଛି । ଏମଆର ମଠର ଶଗଡ଼ରେ କାଠ ସିଦ୍ଧ ବକୁଳ ମନ୍ଦିରକୁ ଅଣାଯିବା ପରେ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।ବୃକ୍ଷ ଛେଦନ ପରେ ଏହି ପବିତ୍ର କାଠକୁ ଏମଆର ମଠର ଏକ ପାରମ୍ପରିକ ଶଗଡ଼ରେ ସମ୍ପୂର୍ଣ୍ଣ ସମ୍ମାନର ସହ ସିଦ୍ଧ ବକୁଳ ମନ୍ଦିରକୁ ଅଣାଯାଇଥିଲା । ସେଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯିବା ପରେ, ଶଗଡ଼ରେ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରିଥିଲା । ବାଟରେ ଶତାଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଏହି ପବିତ୍ର କାଠକୁ ଦର୍ଶନ କରିବା ସହ ଭକ୍ତିପୂତ ପ୍ରଣାମ ଜଣାଇଛନ୍ତି । ସାରା ରାସ୍ତାରେ କୀର୍ତ୍ତନ ମଣ୍ଡଳୀଙ୍କ ସଙ୍କୀର୍ତ୍ତନ ଓ ମହିଳାମାନଙ୍କ ହୁଳହୁଳି ଧ୍ୱନି ଏକ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରିଛି ।
 ଶ୍ରୀଜଗନ୍ନାଥ ସଂସ୍କୃତିର ଏହି ଅନନ୍ୟ ପରମ୍ପରା ପ୍ରମାଣିତ କରେ ଯେ, ମହାପ୍ରଭୁଙ୍କ ପ୍ରତିଟି ସେବା କେତେ ସୂକ୍ଷ୍ମ ଏବଂ ଆଧ୍ୟାତ୍ମିକ ଗୁରୁତ୍ୱ ବହନ କରେ । ଏହି ବଉଳ କାଠ ପୁରୀରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଆଗାମୀ ଗୁପ୍ତ ନୀତି ପାଇଁ ପ୍ରସ୍ତୁତି ଜୋରଦାର ହେବ ।ଏହା ମଧ୍ୟ ପଢନ୍ତୁ...ରଥ ନିର୍ମାଣ କାର୍ଯ୍ୟ; ତିନିରଥର ଖପୁରୀ ସମେତ ପାରା ଭାଡ଼ିକୁ ମିଶାଇ ପୋଟଳ ସେଟିଂ ଶେଷଏହା ମଧ୍ୟ ପଢନ୍ତୁ...ପୁରୀ ରଥଖଳାରେ ତିନିରଥ ମଝି ଭୂଇଁରେ ପଡ଼ିଲା ଅନ୍ଧାରୀ ତାଗଇଟିଭି ଭାରତ, ନିମାପଡ଼ା 

Category

🗞
News
Transcript
00:09foreign
00:15foreign
00:16foreign
00:17Just a moment to be honest, they want to be honest with you and have a good day,
00:27but a job or an agency will be in place for the same time.
00:30Since it is the best way to get on these people on their own lives,
00:36I didn't know how much this is.
00:38we are making a deal of work, we can't force it to help we, the people and the people ofjee
00:50have to agree with the truth that of
00:50our people have to be realistic things.
00:52We have to do this, because we are not just going to look at the truth of our people,
00:53everything is going on.
01:00We will try to bring the truth of our people, which we will not just stand by ourselves.
01:06It's important to bring the truth.
01:07Thank you very much.
Comments

Recommended